sulagna speaks:
ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ
ପ୍ରତିବର୍ଷ ଜାନୁଆରୀ ୧୨ ତାରିଖରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନକୁ ବିବେକାନନ୍ଦ ଜୟନ୍ତୀ ଭାବେ ପାଳନ କରାଯାଏ। ଏହି ଦିନଟିକୁ ଭାରତ ସରକାର ଜାତୀୟ ଯୁବ ଦିବସ ଭାବେ ମଧ୍ୟ ପାଳନ କରେ।
ସ୍ୱାମୀ ବିବେକାନନ୍ଦ ଭାରତୀୟ ଦାର୍ଶନିକ, ସନ୍ନ୍ୟାସୀ ଓ ମହାନ ଚିନ୍ତକ ଥିଲେ। ସେ ଯୁବଶକ୍ତିକୁ ଦେଶ ଗଠନର ମୂଳ ଆଧାର ବୋଲି ବିଶ୍ୱାସ କରୁଥିଲେ। “ଉଠ, ଜାଗ, ଓ ଲକ୍ଷ୍ୟ ପ୍ରାପ୍ତି ପର୍ଯ୍ୟନ୍ତ ରୁକନି” ତାଙ୍କର ଏହି ବାଣୀ ଆଜି ମଧ୍ୟ ଯୁବମାନଙ୍କୁ ପ୍ରେରଣା ଦେଇଥାଏ।
ଜାତୀୟ ଯୁବ ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ଯୁବପିଢ଼ିକୁ ନୀତି, ଚରିତ୍ର, ଆତ୍ମବିଶ୍ୱାସ ଓ ଦେଶସେବା ପ୍ରତି ଆକର୍ଷିତ କରିବା। ଏହି ଦିନ ଶିକ୍ଷାନୁଷ୍ଠାନ ଓ ସାମାଜିକ ସଂସ୍ଥାମାନେ ଭାଷଣ, ସଭା, ଯୁବ ସମ୍ମିଳନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରନ୍ତି।
ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ଯୁବମାନଙ୍କୁ ସ୍ୱପ୍ନ ଦେଖିବା, ପରିଶ୍ରମ କରିବା ଓ ଦେଶକୁ ଆଗକୁ ନେଇଯିବାର ପ୍ରେରଣା ଦେଇଥାଏ।

