sulagna speaks: ନୂଆ ବର୍ଷ ଆପଣଙ୍କର ଶୁଭଙ୍କର ଓ ମଙ୍ଗଳମୟ ହେଉ
ପ୍ରବହମାନ ସମୟ ସ୍ରୋତର ଏକ କ୍ଷୁଦ୍ର ଆଶ୍ରୟସ୍ଥଳ ହେଲା ନୂଆବର୍ଷ। ଏ ଆଶ୍ରୟରେ ମଣିଷ ଟିକେ ନିଶ୍ୱାସ ମାରେ। ପୁଣି ସମୟ ସ୍ରୋତରେ ବହି ଯିବାକୁ ତାକତ ଯୋଗାଡ଼ କରେ। ଆକ୍ତାମାକ୍ତା କ୍ଷତାକ୍ତ ମନସାକୁ ଶାନ୍ତ କରେ। ପୁଣି ଏକ ଲକ୍ଷହୀନ ସ୍ରୋତସ୍ୱିନୀର କରାଳ ମାଡ଼ ସହିବାକୁ ଦେହକୁ ସଜିଲ କରେ।
ନୂଆ ବର୍ଷରେ ଆପଣ ଟିକିଏ ଶାନ୍ତିରେ ନିଶ୍ୱାସ ମାରନ୍ତୁ।
ଆଗାମୀ ଦିନ ପାଇଁ ନିଜକୁ ପ୍ରସ୍ତୁତ କରନ୍ତୁ।
ମଙ୍ଗଳ, ଆପଣଙ୍କ ଶରୀରରେ ପ୍ରବାହିତ ହେଉ।
ମଙ୍ଗଳ ହେଉ ଆଗାମୀ ଦିନର ନିଷ୍ଠୁର ସମୟ ସ୍ରୋତସ୍ୱିନୀ।
ଆପଣଙ୍କ ବ୍ୟକ୍ତି ଜୀବନ, ସାମାଜିକ ଜୀବନ ମଙ୍ଗଳମୟ ହେଉ।
ମନ ନିର୍ମଳ ହେଉ, ଶୁନ୍ୟ ହେଉ।
ଏତିକି କାମନା।
ଶୁଭ ନୂଆବର୍ଷ
ସୁଲଗ୍ନା ମହାନ୍ତି,

