Sulagna Speaks:
ସମୁଦ୍ର କୂଳରେ ଏକ ବଡ ଲହଡି ଆସି ଗୋଟେ ଛୁଆର ଚପଲ ଭସାଇ ନେଲାସେ ପିଲାଟି ବାଲି ଉପରେ ଆଙ୍ଗୁଳିରେ ଲେଖିଦେଲା… “ସମୁଦ୍ର ଚୋର”
ସେହି ସମୁଦ୍ର କୂଳରେ ଜଣେ କେଉଟ ବହୁତ ମାଛ ଧରିପକାଇଲା
ସେ ସେହି ବାଲିରେ ଲେଖିଦେଲା…. “ସମୁଦ୍ର ମୋର ପାଳନକର୍ତ୍ତା”
ଜଣେ ଯୁବକ ସମୁଦ୍ରରେ ବୁଡି ମରିଗଲା…
ତା ମାଆ ବାଲିରେ ଲେଖିଦେଲା…. “ସମୁଦ୍ର ହତ୍ୟାକାରୀ”
ସମୁଦ୍ର କୂଳରେ ଜଣେ ବୃଦ୍ଧ ହାତରେ ବାଙ୍କୁଲି ବାଡିଧରି ନଇଁ ନଇଁ ଚାଲୁଥିଲା । ସେ ଏକ ଶାମୁକାରେ ଅମୂଲ୍ୟ ମୋତି ପାଇଗଲା,
ସେ ବାଲିରେ ଲେଖିଲା… “ସମୁଦ୍ର ବହୁତ ବଡ ଦାନୀ”
.ଅଚାନକ ଏକ ବଡ ଲହଡି ଆସିଲା ଆଉ ସମସ୍ତଙ୍କ ଲେଖା ଲିଭାଇଦେଇ ଚାଲିଗଲା ।
ସମୁଦ୍ରକୁ କୌଣସି କଥାରେ କିଛି ଫରକ ପଡିଲା ନାହିଁ ଲୋକମାନେ ତା ବିଷୟରେ କଣ ରାୟ ଦେଉଛନ୍ତି, ସେ କିନ୍ତୁ ସବୁବେଳେ ନିଜ ଲହଡି ସାଙ୍ଗରେ ମସ୍ତ ରହୁଥିଲା…
ଯଦି ବିଶାଳ ସମୁଦ୍ର ହେବାର ଅଛି ତ ଜୀବନରେ କେବେବି ଅଯଥା କଥା, ଟିକାଟିପ୍ପଣୀ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ । ନିଜର ଉତ୍ସାହ, ଶୌର୍ଯ୍ୟ, ପରାକ୍ରମ, ଶାନ୍ତି , ଗାମ୍ଭୀର୍ଯ୍ୟ ସମୁଦ୍ର ପରି ନିଜ ହିସାବରେ ପ୍ରସ୍ତୁତ ରୁହନ୍ତୁ ।
ଲୋକଙ୍କର କଣ ଅଛି…. ସେମାନଙ୍କ ରାୟ ପରିସ୍ଥିତି ହିସାବରେ ବଦଳି ଯାଇଥାଏ । ଯଦି ମାଛିଟିଏ ଚା’ରେ ପଡିଯାଏ ତ ଲୋକ ଚା’ ଫିଙ୍ଗି ଦିଅନ୍ତି । ଆଉ ଯଦି ମାଛି ଘିଅ ଡବାରେ ପଡିଯାଏ ତ ଲୋକେ ମାଛିକୁ ଫିଙ୍ଗି ଦିଅନ୍ତି ।।
ତେଣୁ ଅନ୍ୟମାନଙ୍କ କଥା ବା ନଜର ପାଇଁ ସମୟ ଅପଚୟ ନକରି ନିଜକୁ ଗଢିବା ପାଇଁ ସମୟ ଦେବା ଉଚିତ।
