Oplus_131072

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୩ ତାରିଖରେ ଓଡ଼ିଶା ଆସିବେ ନାହିଁ। ବର୍ତ୍ତମାନ ପରିପ୍ରେକ୍ଷୀରେ ରାଷ୍ଟ୍ରପତିଙ୍କ ତିନିଦିନିଆ ଓଡ଼ିଶା ଗ୍ରସ୍ତ ସ୍ଥଗିତ ରଖା ଯାଇଛି। ଏନେଇ ମୟୂରଭଂଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ହେବ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୩ ତାରିଖରୁ ୩ଦିନିଆ ଗସ୍ତ କରିବାର ଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଗସ୍ତକାଳରେ ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି, ଉପରବେଡ଼ା, ରାଇରଂଗପୁର ସହ ପୁରୀ ଓ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥାନ୍ତେ। ତେବେ ଅନିବାର୍ଯ୍ୟ କାରଣ ଯୋଗୁଁ ରାଷ୍ଟ୍ରପତିଙ୍କ ଗସ୍ତ ସ୍ଥଗିତ ରହିଛି ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *