Oplus_131072

ବଣାଇ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଏକ ବଡଧରଣର ଚଢାଉ ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳୁ କଲକାତାରୁ ଇଡିର ଏହି ୪୦ ଜଣିଆ ଟିମ୍ ୮ ଟି ଗାଡ଼ିରେ ଆସି ବଣାଇ ଅଞ୍ଚଳରେ ପହଞ୍ଚିଛନ୍ତି। ଟିମ୍ ର ଅଧିକାରୀ ମାନେ ବଣାଇ ଥାନା ଅନ୍ତର୍ଗତ ବଡ ଗୋଗୁଆ , ଜଙ୍ଗଳା ଏବଂ ରୁଗୁଡ଼ା ଗ୍ରାମର ୬ଟି ବିଲ୍ଡିଂରେ ଚଢାଉ ଜାରି ରଖିଛନ୍ତି। ଚଢାଉର ସଠିକ୍ କାରଣ ଜଣା ପଡି ନଥିଲେ ମଧ୍ୟ ଅନ୍ ଲାଇନ୍ ଗେମ୍ ରେ କୋଟି କୋଟି ଟଙ୍କା କାରବାର ବାବଦରେ ଇଡି ସୁରାକ ପାଇଥିବା ଅନୁମାନ କରାଯାଉଛି। ଫି ଉଇନ୍ ଗେମ୍ ନାମକ ଏକ ଅନ୍ ଲାଇନ୍ ବେଟିଂ ସମ୍ପର୍କରେ ସୂଚନା ନେଇ ଇଡି ଏହି ଚଢ଼ାଉ କରିଥିବା ଜଣାପଡ଼ୁଛି।

Leave a Reply

Your email address will not be published. Required fields are marked *