ଓଡ଼ିଶାରେ ଆଇଏସସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ସତ୍ୟବ୍ରତ ସାହୁ ହେଲେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଦେଓରଞ୍ଜନ କୁମାର ସିଂହ ହେଲେ ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ, ଦେଓରଞ୍ଜନ କୁମାର ସିଂଙ୍କୁ ଏସଆରସି ଭାବେ ଅତିରିକ୍ତ ଦାୟିତ୍ୱ, ସୁରେନ୍ଦ୍ର କୁମାର ହେଲେ ଖଣି ଓ ଇସ୍ପାତ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଓ ହେମନ୍ତ ଶର୍ମାଙ୍କୁ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ବଲବନ୍ତ ସିଂହ ପର୍ଯ୍ୟଟନ ସଚିବ; ଓଏମସି ଏମଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ବଲବନ୍ତ। ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ଯାମିନୀ ଷଡ଼ଙ୍ଗୀ; ବାଣିଜ୍ୟକର କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ବି. ପରମେଶ୍ୱର ହେଲେ କେନ୍ଦ୍ରାଞ୍ଚଳ ଆରଡିସି। ଏନ୍. ଥିରୁମାଲା ନାଏକ ବିଡିଏ ଉପାଧ୍ୟକ୍ଷ; ଭୁବନେଶ୍ୱର ସ୍ମାର୍ଟସିଟିର ଏମଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସମର୍ଥ ବର୍ମା ପର୍ଯ୍ୟଟନ ନିର୍ଦ୍ଦେଶକ, ଅନନ୍ୟା ଦାସ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଦାୟିତ୍ଵ ତୁଲାଇବେ।
ବିଷ୍ଣୁପଦ ସେଠୀଙ୍କୁ SC/ST ବିଭାଗର ଅତିରିକ୍ତ ଦାୟିତ୍ୱ ସହ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଉଷା ପାଢ଼ୀ ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ ସହ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି। ବିଶାଲ ଗଗନଙ୍କୁ ଆବାସିକ କମିଶନର, ନୂଆଦିଲ୍ଲୀ, ଏନବିଏସ ରାଜପୁତଙ୍କୁ ଦକ୍ଷତା ବିକାଶ ସଚିବ, ଶାଳିନୀ ପଣ୍ଡିତ ସ୍କୁଲ ଓ ଗଣଶିକ୍ଷା ସଚିବ; ଶାଳିନୀଙ୍କୁ ମିଶନ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି। ଅଶ୍ୱଥୀ ଏସ୍ ହେଲେ ସ୍ୱାସ୍ଥ୍ୟ ସଚିବ, ରୂପା ରୋଶନ ସାହୁ ଦକ୍ଷିଣାଞ୍ଚଳ ଆରଡିସି, ସଚିନ ରାମଚନ୍ଦ୍ର ଯାଦବଙ୍କୁ ଉତ୍ତରାଞ୍ଚଳ ଆରଡିସି ଦାୟିତ୍ୱ ମିଳିଛି।