Oplus_131072

ନୂଆଦିଲ୍ଲୀ: ଆସନ୍ତାକାଲି (ଅଗଷ୍ଟ ୧)ଠାରୁ ଦେଶରେ ଫାସ୍‌ଟ୍ୟାଗ୍‌କୁ ନେଇ ନୂଆ ନିୟମ ଲାଗୁ ହେବ। ତିନିରୁ ପାଞ୍ଚ ବର୍ଷ ପୂର୍ବେ ଜାରି କରାଯାଇଥିବା ଫାସ୍‌ଟ୍ୟାଗ୍‌ଗୁଡ଼ିକୁ କେୱାଇସି ପ୍ରକ୍ରିୟା ପୂରଣ କରିବାକୁ ପଡ଼ିବ। ପାଞ୍ଚ ବର୍ଷରୁ ଅଧିକ ପୁରୁଣା ଫାସ୍‌ଟ୍ୟାଗ୍‌କୁ ସମ୍ପୂର୍ଣ୍ଣ ବଦଳାଇବାକୁ ହେବ। ଆସନ୍ତାକାଲିଠାରୁ ସବୁ ଫାସ୍‌ଟ୍ୟାଗ୍‌ ସହ ଗାଡ଼ିର ପଞ୍ଜୀକରଣ ନମ୍ବର ଓ ଚେଚିସ୍‌ ନମ୍ବର ଯୋଡ଼ି ହେବ। ନୂଆ ମାଲିକମାନେ ଗାଡ଼ି କିଣିବାର ୯୦ ଦିନ ଭିତରେ ସେମାନଙ୍କ ପଞ୍ଜୀକରଣ ନମ୍ବର ଅପ୍‌ଡେଟ୍‌ କରିବେ। ଏଥି ସହିତ ଆହୁରି କେତେକ ଅତିରିକ୍ତ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି। ଗାଡ଼ିର ପ୍ରକୃତ ତଥ୍ୟ ସହିତ ଫାସ୍‌ଟ୍ୟାଗ୍‌କୁ ଯାଞ୍ଚ କରାଯିବ।

Leave a Reply

Your email address will not be published. Required fields are marked *