
ଆଜି ସକାଳ ସୁଦ୍ଧା ୨୫୦ ଜଣ ମୃତ୍ୟୁ ଏବଂ ୫୦୦ ରୁ ଅଧିକ ଆହତ ହୋଇଥିବା ଖବର ଆସିଥିଲା । ପରବର୍ତ୍ତୀ ସମୟରେ ମୃତକଙ୍କ ସଂଖ୍ୟା ବଢ଼ି ୮୦୦ରେ ପହଁଚିଛି । ଅଧିକାଂଶ ମାଟି ଘର ଥିବାରୁ ଏବଂ ରାତ୍ର ସମୟ ଥିବାରୁ ପ୍ରାୟ ସମସ୍ତେ ମାଟି ତଳେ ଚାପି ହୋଇଯାଇଥିବା ଅନୁମାନ କରାଯାଉଛି । ଆହତ ମାନଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଉଛି । ଜାଲାଲାବାଦରେ ଅଧିକାଂଶ ଅଞ୍ଚଳ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ବାଧା ପ୍ରାପ୍ତ ହେଉଛି ।
