
ପିଏମ୍ଶ୍ରୀ ଯୋଜନା ପାଇଁ କେନ୍ଦ୍ର ସହ ଏମ୍ଓୟୁରେ ୩୫୦ ସ୍କୁଲ ମିଳିଛି । ଏହି ଯୋଜନାରେ ଆଗକୁ ଆହୁରି ଅଧିକ ସ୍କୁଲକୁ ସାମିଲ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛି । ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷାକୁ ଗୁରୁତ୍ବ ଦିଆଯାଇଛି। ପ୍ରାଥମିକ ସ୍ତରରେ ପିଲାମାନେ ଭିତ୍ତିଠିକ ରହିବା ନେଇ ପ୍ରତି ପଞ୍ଚାୟତରେ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କରିବାକୁ ଯାଉଛନ୍ତି ସରକାର ବୋଲି ମନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ ଜାତୀୟ ଶିକ୍ଷାନୀତି ପାଇଁ ଆଜି ଷ୍ଚିଅରିଙ୍ଗ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ନ୍ୟାସନାଲ ଏଜୁକେସନାଲ ପଲିସି କାର୍ଯ୍ୟକାରୀ କରିବାକୁ ୧୬ ଜଣିଆ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ଏହି କମିଟିର ଅଧକ୍ଷ ଭାବେ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନଙ୍କ ନିଯୁକ୍ତ କରାଯାଇଛି । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
