
ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତା ୨୭ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶା ଗସ୍ତରେ ଆସି ଝାରସୁଗୁଡାରେ ଏକ ସମାବେଶକୁ ସମ୍ବୋଧିତ କରିବେ। ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତ ଯୋଜନା କରାଯାଇଥିଲା। ବ୍ରହ୍ମପୁରରେ ବର୍ଷା ଆଲର୍ଟ ଥିବାରୁ କାର୍ଯ୍ୟକ୍ରମ ବଦଳିଛି ।
ବଙ୍ଗୋପସାଗର ଉପରେ ଲଗାତାର ଲଘୁଚାପ ପ୍ରଭାବରେ ସେପ୍ଟେମ୍ବର ୨୯ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେପ୍ଟେମ୍ବର ୨୭ ତାରିଖରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି ଏବଂ ପୁରୀରେ ଝଡ଼ବର୍ଷା / ବିଜୁଳି ଏବଂ ୪୦-୫୦ କିଲୋମିଟର ବେଗରେ ପବନ ବହିବା ସହିତ ପ୍ରବଳ ବର୍ଷା ହେବାର ସତର୍କ କରିଛି ଆଇଏମଡି। ଏହାକୁ ଦୃଷ୍ଟିରେ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ବ୍ରହ୍ମପୁରରୁ ଝାରସୁଗୁଡ଼ାକୁ ସ୍ଥାନାନ୍ତର କରାଯାଇଛି।
ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଏବଂ ଅନ୍ୟାନ୍ୟ ରାଜ୍ୟଗୁଡ଼ିକରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବାର ଆଶା କରାଯାଉଛି। ସେ ଯୁବ ସମାଜ ପାଇଁ ଏକ ପ୍ରମୁଖ ଘୋଷଣା ଆଶା ସହିତ ଅଖିଳ ଭାରତୀୟ ଯୁବ ସମ୍ମିଳନୀର ମଧ୍ୟ ଶୁଭାରମ୍ଭ କରିବେ।
