ତାତିରୁ ମିଳିବ ସାମାନ୍ୟ ଆଶ୍ବସ୍ତି । କାରଣ ପାଗର ମିଜାଜ୍ ବଦଳିବାକୁ ଯାଉଛି । ଆସନ୍ତା ୭ ତାରିଖ ଯାଏଁ ରାଜ୍ୟରେ ଗରମ ବଢ଼ିବନି। କାଳବୈଶାଖୀ ଓ ଟ୍ରପଲାଇନର ପ୍ରଭାବ ଯୋଗୁ ଅଧିକ ଗରମ ଅନୁଭୂତ ହେବନାହିଁ। ତେବେ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ଭାବନା ରହିଛି ।
ଆଜି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ନୟାଗଡ଼, ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ। ୪୦ରୁ ୫୦ କିଲୋମିଟର ବେଗରେ ପବନ ବି ବହିପାରେ । ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ।