ଚାଷୀଙ୍କ ହିତରେ ରାଜ୍ୟ ସରକାର। କଥା ଦେଇ କଥା ରଖିଲେ ମୋହନ ସରକାର । ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ବରଗଡ଼ର ସୋହେଲାଠାରେ ଧାନର ଇନ୍ପୁଟ ସହାୟତା ରାଶି ବଣ୍ଟନର ଶୁଭାରମ୍ଭ କରିବାକୁ ଯାଉଛନ୍ତି।
୨୩୦୦ ଟଙ୍କା MSP ପାଇଥିବା ଚାଷୀଙ୍କୁ ମିଳିବ ସବ୍ସିଡି। ଇନ୍ପୁଟ ସବ୍ସିଡି ବାବଦକୁ ଆଉ ୮ଶହ ଟଙ୍କା ପାଇବେ ଚାଷୀ। ଧାନ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ଦେବାକୁ ଘୋଷଣା କରିଥିଲା ବିଜେପି ଯାହା କି ପୂରଣ ହେବାକୁ ଯାଉଛି ।
