
ଏ ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ପିସିସି ସଭାପତି ଭକ୍ତ ଦାସ ଘୋଷଣା କରିଛନ୍ତି । ଯେଉଁମାନେ କଂଗ୍ରେସ ଛାଡ଼ିଛନ୍ତି, ସେମାନଙ୍କୁ ଦଳକୁ ଫେରିବାକୁ କହିଛନ୍ତି ଭକ୍ତ ଦାସ ।
ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ଭବାନୀପାଟଣାର ପୂର୍ବତନ ବିଧାୟକ ହେଉଛନ୍ତି ଭକ୍ତ ଦାସ । ତାଙ୍କୁ ଗତ ମଙ୍ଗଳବାର ଦିନ ପିସିସି ସଭାପତି ଭାବେ ଚୟନ କରିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ।
