
ଆଜିଠାରୁ ମେ’ ୫ ତାରିଖ ଯାଏଁ ଡ୍ରପ୍ ଆଉଟ୍ ସର୍ଭେ କରାଯିବ। ଶୂନରୁ ୧୮ ବର୍ଷର ପିଲାଙ୍କ ତଥ୍ୟ ସଂଗ୍ରହ କରାଯିବ । ଦିନକୁ ୨ରୁ ୩ ଘଣ୍ଟା ବୁଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେମାନଙ୍କୁ ବିଭାଗ ପକ୍ଷରୁ ଦିଆଯାଇଥିବା ସ୍ୱତନ୍ତ୍ର ଆପ୍ଲିକେଶନ ମାଧ୍ୟମରେ ତଥ୍ୟ ମଧ୍ୟ ଅପଲୋଡ୍ କରିବେ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି ।
ବିଭାଗ ପକ୍ଷରୁ ହୋଇଥିବା ଚିଠିରେ ଉଲ୍ଲେଖ ହୋଇଛି, ରାଜ୍ୟରେ ପାଖାପାଖି ୪୮ ହଜାର ୪୪ ଜଣ ପିଲା ଡ୍ରପ୍ଆଉଟ୍ ଅଛନ୍ତି । ଯାହା ୟୁଡାଇଏସ୍ ତଥ୍ୟ କହୁଛି । ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲର ଡ୍ରପ୍ଆଉଟ୍ ଶିକ୍ଷାର୍ଥୀ ଅଛନ୍ତି । ତେବେ ପିଲାମାନେ କଣ ପାଇଁ ସ୍କୁଲକୁ ଆସୁନାହାନ୍ତି? ପାଠପଢ଼ାରୁ ଦୂରେଇ ରହୁଛନ୍ତି? ତାର କାରଣ ଖୋଜାଯିବ ।
