
ଲିଙ୍ଗରାଜ ମନ୍ଦିର ନୀତିକାନ୍ତି ବିଭ୍ରାଟ ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ଅଧକ୍ଷତାରେ, ଟ୍ରଷ୍ଟ ବୋର୍ଡ଼ର ସମସ୍ତ ନିଯୋଗକ, ଜୋନ୍ ଏସିପି ଓ ମନ୍ଦିର ପ୍ରଶାସନଙ୍କ ଉପସ୍ଥିତିରେ ବୈଠକ ବସିଥିଲା ।
ବୈଠକରେ ହୋଇଥିବା ଆଲୋଚନା ଅନୁସାରେ ୨୪ ଘଣ୍ଟା ମଧ୍ୟରେ ADM ତଦନ୍ତ କରି ରିପୋର୍ଟ ଦେବେ। ରିପୋର୍ଟ ମିଳିବା ପରେ ଯେଉଁମାନେ ବିଶୃଙ୍ଖଳା କରିଥିଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ।ସେମାନଙ୍କୁ ସୋ କଜ୍ ନୋଟିସ୍ ହେବ । ଅତି କମ୍ରେ ବିଶୃଙ୍ଖଳାକାରୀଙ୍କୁ ସେବା ପୂଜାରୁ ସସ୍ପେଣ୍ଡ୍ କରାଯିବ ।
ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟାରୁ ବଡୁ ସେବାୟତ ଓ ମହାସୁଆର ସେବାୟତଙ୍କ ମଧ୍ୟରେ ନୀତି କରିବାକୁ ନେଇ ବିବାଦ ହେଉଥିବାରୁ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ଓ ମକର ପୂଜା ନୀତି ବନ୍ଦ ରହିଛି । ମକର ମଣ୍ଡପରେ ସୋମବାର ସନ୍ଧ୍ୟାରୁ ଠାକୁର ବସି ରହିଛନ୍ତି ।
