
ଡିଏସ୍ପି ବଳରାମ ନାୟକଙ୍କ ସହ ତାଙ୍କ ସଂପର୍କୀୟଙ୍କର ମୃତ୍ୟୁ ହୋଇଛି । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛି । ଅନ୍ୟପଟେ ଯାଜପୁର ଏସପି ମେଡିକାଲରେ ପହଞ୍ଚି ଘଟଣା ସମ୍ପର୍କରେ ଯାଞ୍ଚ କରୁଛନ୍ତି । କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଛି କାରଣ ଅସ୍ପଷ୍ଟ ରହିଛି ।
ସୂଚନା ଅନୁସାରେ ଡିଏସ୍ପି ବଳରାମ ନାୟକ ଯାଜପୁରରେ ଡିଏସ୍ପି (କ୍ରାଇମ୍) ଭାବେ ମୁତୟନ ଥିଲେ। ନିକଟରେ ତାଙ୍କୁ ବଦଳି ଆଦେଶ ହୋଇଥିଲା। ସେ ଜଗତସିଂହପୁର ଏସ୍ଡିପିଓ ଭାବେ ଯୋଗ ଦେଇଥାନ୍ତେ। କିନ୍ତୁ ଏହା ପୂର୍ବରୁ ଏକ ଆଜି ଅପରାହ୍ନରେ ଏକ ଟ୍ରକ୍ ରଂଗ୍ ରୁଟରେ ଆସି ଭାରସାମ୍ୟ ହରାଇ କାର୍କୁ ଧକ୍କା ଦେବା ଫଳରେ ୨ଜଣଙ୍କର ମୃତ୍ୟୁ ହୋଇଥିଲା ସେହି କାରରେ ଯାଜପୁର ଡିଏସ୍ପି ବଳରାମ ନାୟକ ରହିଥିଲେ। ଆଜି ଅପରାହ୍ନରେ ସେ କେନ୍ଦୁଝର ଜିଲ୍ଲା ଘଟଗାଁ ସ୍ଥିତ ଘରୁ କର୍ମସ୍ଥଳକୁ ଫେରୁଥିବା ସମୟରେ ଯାଜପୁରରେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।
