
ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ଲଲିତଙ୍କ ବାପା ବେଲାଲସେନ ସାହୁ ଡିଜିପିଙ୍କୁ ଚିଠି ଲେଖିବାପରେ ପୁନଃତଦନ୍ତ ପାଇଁ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ ଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ତଦନ୍ତରେ ଅନେକ ତୃଟି ରହିଥିବା ନେଇ ଖୋଦ୍ ପୁଲିସ୍ ବି ସ୍ୱୀକାର କରିଛି ।
୨୦୨୨ରେ ଲଳିତଙ୍କ ଝୁଲନ୍ତା ମୃତଦେହ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଝାରସୁଗୁଡ଼ାସ୍ଥିତ ବାସଭବନ ପଛ ପଟେ ଥିବା ଷ୍ଟାଫ୍ କ୍ୱାର୍ଟରରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ସେ ମନ୍ତ୍ରୀଙ୍କ ବ୍ୟକ୍ତିଗତ କର୍ମଚାରୀଙ୍କ ପାଇଁ ରୋଷେଇ କରୁଥିଲେ ।
