
ସୂଚନା ଯୋଗ୍ୟ; ମନୋଜ କୁମାର ହିନ୍ଦୀ ସିନେମାର ଜଣେ ପ୍ରବୀଣ ଅଭିନେତା ଥିଲେ। ସେ ଶାହିଦ୍ (୧୯୬୫), ଉପକାର (୧୯୬୭), “ପୁରବ ଅର ପାଶିମ୍ (୧୯୭୦) ଏବଂ ରୋଟି କପଡା ଅର ମାକାନ (୧୯୭୪) ସମେତ ଦେଶପ୍ରେମୀ ଥିମ୍ ସହିତ ଚଳଚ୍ଚିତ୍ର ଅଭିନୟ ଏବଂ ନିର୍ଦ୍ଦେଶନା ପାଇଁ ଜଣାଶୁଣା ଥିଲେ।ଏହି ଚଳଚ୍ଚିତ୍ରଗୁଡ଼ିକ ଯୋଗୁଁ ତାଙ୍କୁ ‘ଭାରତ କୁମାର’ ମଧ୍ୟ କୁହାଯାଉଥିଲା।
ଭାରତୀୟ ସିନେମାରେ ଅବଦାନ ପାଇଁ ମନୋଜ କୁମାରଙ୍କୁ ୧୯୯୨ ମସିହାରେ ପଦ୍ମଶ୍ରୀ ଓ ୧୯୯୯ରେ ଜୀବନ ବ୍ୟାପୀ ସାଧନା ପାଇଁ ଲାଇଫ୍ ଟାଇମ୍ ସମ୍ମାନ ହାସଲ କରିଥିଲେ। ସେହିପରି ୨୦୧୫ରେ ଫିଲ୍ମ ଜଗତର ଶ୍ରେଷ୍ଠ ସମ୍ମାନ, ଦାଦା ସାହେବ ଫାଲକେରେ ସମ୍ମାନୀତ ହୋଇଥିବା ବେଳେ ସେ ମୋଟ୍ ୭ ଥର ଫିଲ୍ମ ଫେୟାର ଆୱାର୍ଡରେ ସମ୍ମାନୀତ ହୋଇଛନ୍ତି ମନୋଜ କୁମାର ।
