ଆମେରିକା ଗସ୍ତ ଅଧାରୁ ଫେରି ସାମିଲ ହୋଇଛନ୍ତି ରାହୁଲ ଗାନ୍ଧୀ । ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି କଂଗ୍ରେସ ମହାସଚିବ ଭେନୁଗୋପାଳ କହିଛନ୍ତି ଯେ ବୈଠକ ସମୟରେ CWC ଦେଖିଛି ଯେ ପାକିସ୍ତାନ ଦ୍ୱାରା କରାଯାଇଥିବା ଏହି କାପୁରୁଷ ଏବଂ ସୁଚିନ୍ତିତ ଆତଙ୍କବାଦୀ କାର୍ଯ୍ୟ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ସିଧାସଳଖ ଆକ୍ରମଣ । ସାରା ଦେଶରେ ଭାବନାକୁ ଉସ୍କୁଳାଇବା ପାଇଁ ହିନ୍ଦୁମାନଙ୍କୁ ଜାଣିଶୁଣି ଟାର୍ଗେଟ କରାଯାଇଥିଲା।
ଏହା ସହ CWC ଶାନ୍ତ ରହିବାକୁ ନିବେଦନ କରିଛି ଏବଂ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ଏହାର ସାମୂହିକ ଶକ୍ତିକୁ ପୁନଃପ୍ରକାଶ କରିଛି। ବୈଠକରେ ଏହା ମଧ୍ୟ କୁହାଯାଇଥିଲା ଯେ ଅମରନାଥ ଯାତ୍ରା ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହି ବାର୍ଷିକ ଯାତ୍ରାରେ ସାରା ଭାରତରୁ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ ଅଂଶଗ୍ରହଣ କରନ୍ତି ଏବଂ ସେମାନଙ୍କ ସୁରକ୍ଷାକୁ ଜାତୀୟ ପ୍ରାଥମିକତା ଭାବରେ ବିବେଚନା କରାଯିବା ଉଚିତ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ , କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ଅନ୍ୟ ସମସ୍ତ ସିଡବ୍ଲୁସି ସଦସ୍ୟ ବୈଠକରେ ଯୋଗ ଦେଇଥିଲେ।