ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲାରେ ମଙ୍ଗଳବାର ସନ୍ଧ୍ୟାରେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସେନା ଗାଡ଼ି ୩୫୦ ଫୁଟ୍‌ ଗଭୀର ଖାତକୁ ଖସିପଡ଼ିବାରୁ ୫ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଘଟଣାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେନାର ଅନେକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତିି।

୧୧ ମାଡ୍ରା ଲାଇଟ୍‌ ଇନ୍‌ଫାଣ୍ଟ୍ରିର ଏହି ଗାଡ଼ିଟି ନିଲମ ମୁଖ୍ୟାଳୟରୁ ଯବାନମାନଙ୍କୁ ନେଇ ବନୋଇ ଯାଉଥିବାବେଳେ ଘରୋଆ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଉଦ୍ଧାର ହୋଇଥିବା ଆହତ ଯବାନମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ନେଇ ଭାରତୀୟ ସେନାର ‘White Knight Corps’ ପକ୍ଷରୁ ନିଜର ଆଧିକାରୀକ ଏକ୍ସ ଆକାଉଣ୍ଟରେ ସମବେଦନା ବ୍ୟକ୍ତ କରାଯାଇଛି।

ସୂଚନାଯୋଗ୍ୟ, ନଭେମ୍ବର ୪ରେ ରାଜୌରୀ ଜିଲାରେ ଏକ ଗାଡ଼ି ଖାତକୁ ଖସିପଡ଼ିବାରୁ ଜଣେ ଯବାନଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ଜଣେ ଆହତ ହୋଇଥିଲେ।

Leave a Reply

Your email address will not be published. Required fields are marked *