ଭୁବନେଶ୍ବର: ଆଗାମୀ ଅକ୍ଟୋବର ୯ ତାରିଖରେ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ମିଳିବ ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୪୦ ଲକ୍ଷରୁ ଅଧିକ ମହିଳାଙ୍କୁ ମିଳିବ ଏହି ଅର୍ଥ। ଆସନ୍ତା ୭ ତାରିଖ ସୁଦ୍ଧା ନାମ ପଞ୍ଜିକରଣ କରିଥିବା ମହିଳାଙ୍କୁ ଏହି ଟଙ୍କା ଦିଆଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦାରେ ଏହାର ଶୁଭାରମ୍ଭ କରିବେ ବୋଲି ସେ ସୂଚନା ଦେଇଛନ୍ତି।
