ପ୍ୟାରିସ ଅଲିମ୍ପିକ୍ସରୁ ଭାରତକୁ ଆଉ ଏକ ମେଡାଲ ମିଳିଛି। ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍ ଫାଇନାଲ ମୁକାବିଲାରେ ବ୍ରୋଞ୍ଜ ଜିତିଛି ଭାରତ। ଶୁଟର ସ୍ୱପ୍ନିଲ କୁଶାଲେ ଏହି ବିଜୟ ଭେଟି ଦେଇଛନ୍ତି।
ଏହି ବିଜୟ ସହ ବର୍ତ୍ତମାନ ଭାରତର ପଦକ ସଂଖ୍ୟା ୩ରେ ପହଞ୍ଚିଛି। ପୂର୍ବରୁ ମଧ୍ୟ ଭାରତକୁ ଦୁଇଟି ବ୍ରୋଞ୍ଜ ମିଳିଥିଲା।