ସେ ଆହୁରି ମଧ୍ୟ କହିଛନ୍ତି ଯେ, ବଳକା ଦାରୁ କାଠ ଯାଇକି ମୂର୍ତ୍ତି ତିଆରି ହୋଇଥିଲା ବୋଲି ଯେଉଁ କଥା ଆସିଥିଲା ତାହା ସମ୍ପୂର୍ଣ୍ଣ ମିଛ। ଦାରୁ ଘର ଭିତରେ କାଠ ରୁହେ । ୧୯୯୫-୯୬ରେ ସେତେବେଳର ସରକାରଙ୍କ ଭୁଲ୍ ନିଷ୍ପତ୍ତି ପାଇଁ ଦଇତାପତି ନିଯୋଗ ଘରେ କିଛି କାଠ ଥିଲା। ସମସ୍ତ କାଠ ଦାରୁ ଘରକୁ ଆଣିବା ପାଇଁ ଏକ ୫ ଜଣିଆ କମିଟି ଗଠନ ହୋଇଛି। ସେବାୟତମାନେ ଗଣମାଧ୍ୟମକୁ ଆସି ପୂଜାବିଦ୍ଧି ବିଷୟରେ କହୁଛନ୍ତି। କେତେ ଦୂର କହିପାରିବେ ସେନେଇ ଖୁବଶୀଘ୍ର ମାର୍ଗଦର୍ଶିକା ଆସିବ।
ଏହା ସହ ଦଇତାପତି ନିଯୋଗ ସଭାପତିଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ଆସିଥିଲା ତାଙ୍କୁ ସମନ ଦିଆଯାଇଥିଲା। ସେ ଉତ୍ତର ରଖିଛନ୍ତି। ଭୁବନେଶ୍ଵରର ଜଣେ ସୁଦର୍ଶନ ମହାରଣାଙ୍କ ପାଖରୁ ଲିମ୍ଵ କାଠରେ ମହାପ୍ରଭୁଙ୍କୁ ମୂର୍ତ୍ତି ତିଆରି କରି ନେଇଥିଲେ। ଏନେଇ ମହାରଣା ସ୍ଵୀକାର ବି କରିଛନ୍ତି।