ସାମ୍ଭାବ୍ୟ ବାତ୍ୟକୁବଦୃଷ୍ଟିରେ ରଖି କଲେଜ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ କଲେଜ। ପ୍ରଭାବିତ ୧୪ ଜିଲ୍ଲାରେ କଲେଜ ଓ ବିଶ୍ଵବିଦ୍ୟାଳୟ ତିନିଦିନ ପାଇଁ ବନ୍ଦ ରହିବ। ପରିସ୍ଥିତିକୁ ଦୃଷ୍ଟିରେ ରଖି କଲେଜ ଓ ବିଶ୍ଵ ବିଦ୍ୟାଳୟ ବନ୍ଦ ରଖିବାକୁ ସ୍ଵତନ୍ତ୍ର ରିଲିଫ କମିଶନର ଦେଓ ରଞ୍ଜନ ସିଂ ନିର୍ଦ୍ଦେଶ ଦେଇଛନ୍ତି।

ଏସ୍ଆରସି ଶ୍ରୀ ସିଂ କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅକ୍ଟୋବର ୨୩ରୁ ୨୫ ପର୍ଯ୍ୟନ୍ତ ରାଜ୍ୟର ୧୪ଟି ଜିଲ୍ଲାର କଲେଜ, ବିଶ୍ବବିଦଞାଳୟ ସମେତ ସମସ୍ତ ସରକାରୀ ଓ ଘରୋଇ ସ୍କୁଲଗୁଡ଼ିକ ଛୁଟି ରହିବ। ୧୪ଟି ଜିଲ୍ଲା ହେଉଛି ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼ ଓ କଟକ। ଉକ୍ତ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ସରକାର ଛୁଟି ଘୋଷଣା କରିଛନ୍ତି ।
