Oplus_131072

ଭୁବନେଶ୍ବର: ନୂଆ ବିଧାୟକମାନଙ୍କ ପାଇଁ ମୋହନ ସରକାର ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରିଥିବା ବ‌େଳେ ବିଜୁ ଜନତା ଦଳ (ବିଜେଡି) ଏହାକୁ ପ୍ରତ୍ୟାଖ୍ୟାନ କରିବ ବୋଲି ଜଣାପଡ଼ିଛି। ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଜେଡି ବିଧାୟକମାନେ ଯୋଗ‌େଦେବେ ନାହିଁ ‌ବୋଲି ପ୍ରତାପ ଦେବ କହିଛନ୍ତି। ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବିଜେପି ଦଳୀୟ କାର୍ଯ୍ୟକ୍ରମ ଭଳି ଆୟୋଜନ କରାଯାଉଥିବା ନେଇ ବିଜେଡି ଅଭିଯୋଗ ଆଣିଛି। ସାମ୍ୱାଦିକ ସମ୍ମିଳନୀ କରି ଦଳ ପକ୍ଷରୁ କୁହାଯାଇଛି ଯେ, ଯାହା ପରମ୍ପରା ରହିଛି ତାହାର ବ୍ୟତିକ୍ରମ ଦେଖାଯାଉଛି। ଗୃହର ସଦସ୍ୟ ନଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜେ.ପି ନଡ୍ଡାଙ୍କ ଭଳି  ବ୍ୟକ୍ତି ବିଶେଷଙ୍କ ଦ୍ଵାରା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନ ଓ ଉଦଯାପନ ପରମ୍ପରାର ଭଙ୍ଗ ବୋଲି ଅଭିଯୋଗ କରିଛି ଦଳ। ଏହି କାର୍ଯ୍ୟକ୍ରମର ଉଦଘାଟନ ମୁଖ୍ୟମନ୍ତ୍ରୀ କି ଗୃହର ବାଚସ୍ପତିଙ୍କ ଦ୍ୱାରା କରାଯିବା ଉଚିତ୍ ବୋଲି ଦଳ ପକ୍ଷରୁ କୁହାଯାଇଛି।

ସେପଟେ ବିଜେଡି ଅଭିଯୋଗର ଜବାବ ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଛନ୍ତି, ନୂଆ ବିଧାୟକଙ୍କ ତାଲିମ ପାଇଁ କାର୍ଯ୍ୟକ୍ରମ ହେଉଛି । ସବୁ ବିଧାନସଭା ଆରମ୍ଭରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ହେବ। ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ, ଅତିଥି ହିସାବରେ ଆମେ କେନ୍ଦ୍ର ସଂସାଦୀୟ ବ୍ୟାପର ମନ୍ତ୍ରୀଙ୍କୁ ଡାକିଛୁ। ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ, ନରସିଂହ ମିଶ୍ର ମଧ୍ୟ ଉପସ୍ଥିତ ରହି ବିଧାୟକମାନଙ୍କୁ ଶିକ୍ଷା ଦେବେ। ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ମଧ୍ୟ ଉପସ୍ଥିତ ରହିବେ। ଦଳୀୟ କେମିତି ହେଲା ସେମାନେ କହିବେ, ବିଧାନସଭା ନୀତିନିୟମ ଭିତରେ ଏହି କାର୍ଯ୍ୟକ୍ରମ ହେଉଛି ।

Leave a Reply

Your email address will not be published. Required fields are marked *