ଭୁବନେଶ୍ୱର: ପେପର ଲେସ୍ ହେବ ବିମାନ ସେବା । ଆଉ ଘଣ୍ଟା ଘଣ୍ଟା ଲାଇନରେ ଛିଡା ହେବେନି ବିମାନ ଯାତ୍ରୀ । ଡିଗି ଯାତ୍ରା ଆପ୍ ଜରିଆରେ ବିମାନ ବନ୍ଦରରେ ହେବ ଚେକ ଇନ୍ । ଏହାଦ୍ୱାରା କଣ୍ଟାକ୍ଟ ଲେସ୍ , ସିକ୍ୟୋର ହେବ ବିମାନ ଯାତ୍ରା । ଫଳରେ ଯାତ୍ରୀଙ୍କୁ ଆଉ ବେଶୀ ସମୟ ବିମାନବନ୍ଦରରେ ଅପେକ୍ଷା କରିବାକୁ ପଡିବନି ।
ସାରା ଦେଶରେ 12 ଟି ବିମାନ ବନ୍ଦର ଏହାକୁ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ବେସାମାରିକ ବିମାନ ଚଳାଚଳ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଥିବାବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ଗତକାଲି ଠାରୁ ଆରମ୍ଭ ହୋଇଛି । ମୋବାଇଲରେ ଡିଗି ଯାତ୍ରା ଆପକୁ ଇନଷ୍ଟଲ କରିବେ । ପରେ ବୋଡିଙ୍ଗ୍ ପାସ୍ ର ସଫ୍ଟ କପିକୁ ଆପରେ ଅପଲୋଡ଼୍ କରିବେ । ବୋଡିଙ୍ଗ୍ ଗେଟ୍ ରେ ଫେସିଆଲ୍ ରେକଗନାଇଜେସନ୍ ପରେ ବିମାନକୁ ପ୍ରବେଶ କରିପାରିବେ । ଫଳରେ ଭିଡ କମିବ । ଯାତ୍ରା ସହଜ ହେବ ।
ତେବେ ଭୁବନେଶ୍ୱରରେ ଏହି ସୁବିଧା ଗତକାଲିଠୁ ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ । ଏହାଦ୍ୱାରା ଯାତ୍ରୀମାନେ ମଧ୍ୟ ବେଶ ଉପକୃତ ହେଉଥିବା ପ୍ରତିକ୍ରିୟା ରଖିଛନ୍ତି ।