ଧର୍ମଶାଳା ବିଧାୟକ ହିଂମାଶୁ ଖେଖର ସାହୁଙ୍କୁ ଆକ୍ରମଣ ଘଟଣା । ଘଟଣାରେ ସମୃକ୍ତ ଥିବା ବବି ପ୍ରସାଦ ଦାସଙ୍କ ଭାଇ ଭବ ପ୍ରସାଦ ଦାସଙ୍କୁ ବିଳମ୍ବିତ ରାତିରେ ସ୍ୱତନ୍ତ୍ର ଟିମ ପୋଲିସ ଘରୁ ଉଠାଇ ନେଇଛନ୍ତି । ଧର୍ମଶାଳା ବିଧାୟକ ସିଧାସଳଖ ଏ ନେଇ ଅଭିଯୋଗ କରିଥିଲେ । ପୋଲିସ ଉଠାଇ ନେବା ପରେ ଯାଜପୁର ସହରରୁ ୪୦ରୁ ୫୦ କିଲୋମିଟର ଦୁର କଳିଙ୍କ ନଗରରେ ତାଙ୍କୁ ଅଟକ ରଖିଛି ପୋଲିସ । ଗତକାଲି ତାଙ୍କ ନାଁରେ ହୋଇଥିଲା ୪ଟି ମାମଲା।
ଏଥିସହ ଏ ଘଟଣାରେ କୌଣସି ବିଶୃଙ୍ଖଳା ପରିସ୍ଥିତି ନ ସୃଷ୍ଟି ହେବା ନେଇ ଯାଜପୁର ଟାଉନରେ ପୋଲିସ ମୁତୟନ କରାଯାଇଛି । ଏଥିସହ ଏ ଘଟଣାରେ ସମୃକ୍ତ ଥିବା କିଛି ବ୍ୟକ୍ତି ଫେରାର ରହିଥିବା ସୂଚନା ରହିଛି । ସୂଚନା ଅନୁଯାୟୀ ଧର୍ମଶାଳା ବିଧାୟକଙ୍କ ଆକ୍ରମଣ ଘଟଣାକୁ ଗୁରୁତର ସହ ନେଇଥିଲେ ରାଜ୍ୟ ସରକାର ଏହି ଘଟଣାରେ ସମୃକ୍ତ ୧୦ଜଣଙ୍କୁ ଗିରଫ କରିଥିଲେ ଯାଜପୁର ପୋଲିସ ।
ଡାକ୍ତରୀ ପରୀକ୍ଷା ପରେ ୧୦ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଯାଜପୁର ଏସଡିଜିଏମ କୋର୍ଟ ଜାମିନ ନାମଂଜୁର କରିବା ପରେ ସମସ୍ତ ଅଭିଯୁକ୍ତଙ୍କୁ ଜେଲ ପଠାଇଛି ପୋଲିସ । ଅନ୍ୟପଟେ ଆକ୍ରମଣ ଘଟଣାରେ ଗୁରୁବାର ସାମ୍ବାଦିକ ସମ୍ମିଳନୀ କରି ଧର୍ମଶାଳା ବିଧାୟକ କହିଛନ୍ତି ଆକ୍ରମଣ ଘଟଣାରେ ପୋଲିସ ସଜାଗ ରହିଛନ୍ତି ।
ଏଥିସହ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଏ ବିଷୟରେ ଆଲୋଚନା କରିଛନ୍ତି । ରାଜ୍ୟ ସରକାର ଏ ଘଟଣାକୁ ଗୁରୁତର ସହ ନେଇଥିବା ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏଥିସହ ଏଘଟଣାରେ ସମସ୍ତ ଅଭିଯୁକ୍ତ ଗିରଫ ହେବା ସହ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟ ସରକାର ପ୍ରତିଶୃତି ଦେଇଥିବା ସେ କହିଛନ୍ତି । ସୁଚନା ଯୋଗ୍ୟ ବୁଧବାର ଦିନ ତାଙ୍କୁ ଆକ୍ରମଣ କରାଯାଇଥିଲା ।
ଏଘଟଣାରେ ସେ ସିଧାସଳଖ ଅଭିଯୋଦ କରିଥିଲେ ତାଙ୍କୁ ଆକ୍ରୋଶମୂଳକ ଭାବରେ ଆକ୍ରମଣ କରାଯାଇଛି । ଏମିତିକି ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ଗାଡି ଭଙ୍ଗାରୁଜା କରିବା ଓ ତାଙ୍କର ସୁନା ଚେନ ଛଡାଇ ନେଇଯାଇଥିଲେ ।