Oplus_131072

ନୂଆଦିଲ୍ଲୀ: ବିହାର ଜେହନାବାଦ ଜିଲ୍ଲାର ବାବା ସିଦ୍ଧନାଥଙ୍କ ମନ୍ଦିରରେ ଅଘଟଣ ଘଟିଛି।  ଦଳାଚକଟାରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଶ୍ରାବଣ ମାସର ଚତୁର୍ଥ ସୋମବାର ଥିବାରୁ ମନ୍ଦିରରେ ଜଳଲାଗି ଓ ପୂଜା କରିବା ଲାଗି ପ୍ରବଳ ଭିଡ ହୋଇଥିଲା। ଭିଡ ଯୋଗୁଁ ଦଳାଚକଟା ହେବାରୁ ୩ ଜଣ ମହିଳାଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଛି। ୯ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ପାଇବା ପରେ ପୁଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମନ୍ଦିରରେ ଏପରି ଘଟଣା କିପରି ଘଟିଲା, ସେନେଇ ବର୍ତ୍ତମାନ ପୋଲିସ ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *