ଆଜି ପ୍ରଥମ କରି ପୁରୀରେ ପାଳିତ ହେଉଛି ନୌସେନା ଦିବସ । ନୌବୀରଙ୍କ ପରାକ୍ରମ ଦେଖୁଛି ବିଶ୍ବ । ପୁରୀ ବ୍ଲୁ ଫ୍ଲାଗ ବିଚ୍ରେ ନୌସେନାର ପରାକ୍ରମ । ବ୍ଲୁ ଫ୍ଲାଗ ବିଚ୍ରେ ପହଞ୍ଚିଲା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ଏହା ପରେ ଡେମୋର ଉଦ୍ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେବେ ନୌସେନା ଦିବସରେ ଶ୍ରୀକ୍ଷେତ୍ରରେ ପରାକ୍ରମ ଦେଖାଇବେ ମାର୍କୋସ କମାଣ୍ଡୋ । ଏଥିପାଇଁ ବ୍ଲୁ ଫ୍ଲାଗ୍ ବିଚରେ ରାଷ୍ଟ୍ରପତିଙ୍କ ସମେତ ୭ ହଜାର ୫ ଶହ ନିମନ୍ତ୍ରିତ ଅତିଥି ବସିବାର ବନ୍ଦୋବସ୍ତ କରାଯାଇଛି। ଏହି ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ଗଜପତି ମହାରାଜା, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟ, ସାଂସଦ ଓ ବିଧାୟକମାନେ ଉପସ୍ଥିତ ରହିଛନ୍ତି ।
ଅନ୍ୟପଟେ ନୌବୀରଙ୍କ ପରାକ୍ରମ ଦେଖିବାକୁ ଭୁବନେଶ୍ବରରୁ ସ୍ବତନ୍ତ୍ର ବସ ଯୋଗେ ପୁରୀ ଯାଇଛନ୍ତି ମନ୍ତ୍ରୀ ଓ ବିଧାୟକ । ପୁରୀ ସମୁଦ୍ର ଓ ବେଳାଭୂମିରେ ପ୍ରାୟ ୪ ଟ୍ୟାଙ୍କ, ୧୫ ଯୁଦ୍ଧ ଜାହାଜ, ୩୭ ଏୟାରକ୍ରାଫ୍ଟ, ଗୋଟିଏ ବୁଡ଼ା ଜାହାଜ ସାମିଲ । ପୁରୀ ବେଳାଭୂମିରେ ଯୁଦ୍ଧର ଭ୍ରମ ସୃଷ୍ଟି । ଜଳ ପଥରେ ରଣକୌଶଳ ଦେଖାଉଛନ୍ତି ନୌବୀର । କାର୍ଯ୍ୟକ୍ରମ ଶେଷରେ ଲେଜର ସୋ’ ଓ ଡ୍ରୋନ ସୋ ହେବ।