
ଏଥିସହିତ ପ୍ରତିରକ୍ଷା କ୍ଷେତ୍ରର ୫ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ପ୍ରବେଶ ମନା ଥିବାବେଳେ, ଅନଧିକୃତ ବ୍ୟକ୍ତି ଏହି ଅଞ୍ଚଳରେ ଧରାପଡ଼ିଲେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ। ଏହା ବ୍ୟତୀତ, ରାମଗଡ଼-ତାନୋଟ ରାସ୍ତାରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଅପରାହ୍ନ ୩ଟା ସୁଦ୍ଧା ଯାତ୍ରା ସମାପ୍ତ କରିବାକୁ ପରାମର୍ଶ ଦିଆଯାଇଛି, କାରଣ ଏହା ପରେ ଏହି ରାସ୍ତାରେ ଚଳାଚଳ ବନ୍ଦ ରହିବ। ସୁରକ୍ଷା କାରଣକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି, ଏବଂ ଏହାକୁ ଗମ୍ଭୀରତାର ସହ ପାଳନ କରିବାକୁ ଅପିଲ୍ କରାଯାଇଛି।
ଜୈସଲମେର ଜିଲ୍ଲାରେ ସମସ୍ତ ବାଣ ଦୋକାନ ବନ୍ଦ ରହିବ ସହ ବାଣ ଫୁଟାଇବା, ବିକ୍ରି କରିବା ଏବଂ କିଣିବା ଉପରେ ଜିଲ୍ଲା ପ୍ରଶାସନ କଟକଣା ଲାଗୁ କରିଛି । ଏଥିସହ UAV, ଡ୍ରୋନ୍ କ୍ୟାମେରା,ହଟ୍ ଏୟାର ବେଲୁନ୍ ଇତ୍ୟାଦିର ଉଡ଼ାଣ ଉପରେ ପ୍ରତିବନ୍ଧକ ରହିବ। ଯଦି କେହି ଏହା ନମାନ୍ତି ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
