Oplus_131072

ଯାଜପୁର ଧର୍ମଶାଳା ବ୍ଲକ ଅନ୍ତର୍ଗତ ସମ୍ପାରୁ ପଞ୍ଚାୟତର ଜଳଧର ଯେନା ଙ୍କ ପୁଅ ଚିନ୍ମୟ ଯେନା (ବୟସ ୨୫) ଗତ ତା ୨୭/୧୦ ଗଣେଶ ପୂଜା ଦିନ ଭାଲୁ ଆକ୍ରମଣରେ ଆହତ ହୋଇ ଡାକ୍ତରଖାନା ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ଦେହାନ୍ତ ହୋଇଛି। ସୂଚନା ଥାଉ କି ଦୀର୍ଘ ଦୁଇ ତିନି ମାସ ହେଲା ନିକଟ ଜଙ୍ଗଲ ରୁ  ଭାଲୁ ପଶି ଆସି ପଶି ଆସି ଫସଲ ନଷ୍ଟ କରିବା ସହିତ ଗୃହପାଳିତ ପଶୁ ଓ ମଣିଷକୁ ଆକ୍ରମଣ କରୁଛି। ଯାହା ଫଳରେ  ସମ୍ପୁରା, ତୁରଙ୍ଗ, କମ୍ପାଲୁ ଗ୍ରାମରେ ଆତଙ୍କ ଖେଳି ଯାଇଛି। ଲୋକଙ୍କର ସମସ୍ତ ଚେଷ୍ଠା ସତ୍ୱେ ଭାଲୁକୁ ସମ୍ପୂର୍ଣ ଘୋଡାଇବାରେ ସାକ୍ଷମ ହେଉନାହାନ୍ତି। ଗାଁ ଲୋକ ଭୟରେ କାଳାତିପାତ କରୁଛନ୍ତି।ପିଲା ମାନେ ସ୍କୁଲ, ଟିଉସନ ଯିବା ବନ୍ଦ କରିଦେଲେଣି। ଚାଷୀବନ୍ଦୀ ଲୋକମାନେ ଚାଷବାସ କରିବକୁ ଭୟ କରୁଛନ୍ତି.। ଗୋଟେପ୍ରକାର ସାଧାରଣ ଜୀବନଯାପନ ଆତଙ୍କିତ ଅବସ୍ଥାରେ ଅଛି। ଗାଁର ଜନବସତି ରେ ଭାଲୁର ବିଚରଣ ଭିଡିଓ ସାମାଜିକ ଗଣମାଧ୍ୟମ ରେ ଘୁରି ବୁଲୁଛି। ସରକାର ଓ ଜଙ୍ଗଲ ବିଭାଗ ମିଳିତ ଭାବେ ତୁରନ୍ତ ଭାଲୁକୁ ଧରିବାକୁ ଜନସାଧାରଣ ରେ ଦାବି ହେଉଛି। ଏହା ସହିତ ନିହତ ଯୁବକ ପରିବାରକୁ ସରକାରୀ ସହାୟତା ତୁରନ୍ତ ପ୍ରଦାନ କରିଯିବାକୁ ଲୋକେ ଅଡ଼ି ବସିଛନ୍ତି। ଗାଁ ଲୋକ ଓ ଫରେଷ୍ଟ ଗାର୍ଡ ମିଳିତ ପାହିଁତରା ମାରୁଥିଲେ ବି କୌଣସି ସୁଫଳ ମିଳିପାରିନାହିଁ। ଏକ ସ୍ୱତନ୍ତ୍ର ଟିମ କରି ଜଙ୍ଗଲ ବିଭାଗ ଭାଲୁକୁ ଧରି ନେବା ପାଇଁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *