ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱରରେ ପୂର୍ବ ଭାରତରେ ପ୍ରଥମ ତଥା ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ୪-ଡି ସ୍ପାଇନ୍‌ ଓ ଗେଟ୍‌ ଆନାଲିସିସ୍ ପରୀକ୍ଷାଗାର ଉଦଘାଟିତ ହୋଇଯାଇଛି। ଶାରୀରିକ ଚିକିତ୍ସା ଏବଂ ପୁନର୍ବାସ ବିଭାଗ(ପିଏମଆର) ପକ୍ଷରୁ ଅର୍ନ୍ତଜାତୀୟ ଦିବ୍ୟାଙ୍ଗ ଦିବସ ଅବସରରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏକାଧିକ ବ୍ୟବସ୍ଥା ଥିବା ଏହି ପରୀକ୍ଷାଗାରର ଶୁଭାରମ୍ଭ କରିଛନ୍ତି।

ନୂତନ ଭାବେ ପ୍ରତିଷ୍ଠିତ ଏହି ଲ୍ୟାବ୍‌ରେ ପ୍ରୋ‌ଷ୍ଥେଟିକ୍‌ ଏବଂ ଅର୍ଥୋଟିକ୍ ସେବା, ଅକୁପେସନାଲ୍‌ ଚିକିତ୍ସା, ଫିଜିଓଥେରାପି ୟୁନିଟ୍ ସମେତ ଅନ୍ୟାନ୍ୟ ଏକାଧିକ ଆନୁସଙ୍ଗିକ ସେବା ଉପଲବ୍ଧ ହେବ। ଏହି ସମସ୍ତ ସୁବିଧାଗୁଡ଼ିକର ଏକୀକରଣ ଦ୍ୱାରା ସାମଗ୍ରିକ ରୋଗୀ ସେବା କ୍ଷେତ୍ରରେ ପିଏମଆର୍‌ ବିଭାଗ ଆହୁରି ଅଧିକ ଦୃଢ଼ ହେବ। ଏହି ଲ୍ୟାବ୍‌ ଏମ୍‌ସ ଭୁବନେଶ୍ୱରକୁ ଚିକିତ୍ସା ନିମନ୍ତେ ଆସୁଥିବା ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ ପ୍ରକାରର ଉଚ୍ଚମାନର ବ୍ୟକ୍ତିଗତ ପୁନର୍ବାସ ସେବା ଯୋଗାଇବାରେ ସକ୍ଷମ ହେବ। ଲୋକୋମୋଟର ଅକ୍ଷମତା, ମାଂସପେଶୀ-ସ୍କେଲେଟାଲ୍ ଅବସ୍ଥା ଏବଂ କ୍ରୀଡ଼ା ଆଘାତଜନିତ ଚିକିତ୍ସା ଓ ପୁନର୍ବାସ କ୍ଷେତ୍ରରେ ବିଶେଷ ଉନ୍ନତି ଆଣିବ ବୋଲି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ କହିଛନ୍ତି।

Leave a Reply

Your email address will not be published. Required fields are marked *