Oplus_131072

ଯାଜପୁର (ଶିବଶଙ୍କର ମହାନ୍ତି) : ଯାଜପୁର ନିର୍ବାଚନ ମଣ୍ଡଳୀ ଦଶରଥପୁର ବ୍ଲକ ମଙ୍ଗଳପୁର ପଞ୍ଚାୟତର ଏକ ମିଶ୍ରଣ ପର୍ବ ମଣ୍ଡଳ ସଭାପତି ଅଧର ଚନ୍ଦ୍ର ଧଳଙ୍କ  ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି।

ମୋଦିଜୀ ଙ୍କ ସୁଶାସନ ଓ ଆଦର୍ଶ ଅନୁପ୍ରାଣିତ ତଥା ଜିଲ୍ଲା ସଭାପତି ତଥା ନିର୍ବାଚନ ମଣ୍ଡଳୀ ନେତା ଗୈାତମ ରାୟଙ୍କ ବ୍ୟକ୍ତିତ୍ଵରେ ପ୍ରଭାବିତ ହୋଇ ପୂର୍ବତନ ସରପଞ୍ଚ ଅଭୟମନ୍ୟୁ ମହାନ୍ତିଙ୍କ ନେତୃତ୍ବରେ ସରୋଜ କୁମାର ମଲ୍ଲିକ ( ପୂର୍ବତନ ସମିତି ) ଶମ୍ବୁନାଥ ମାଲିକ, ପତିତପାବନ ରାଉତ, ସୁବ୍ରତ ବେହେରା, ମନ୍ମଥ ପଣ୍ଡା, କୁନା ଜେନା, ସୁରେନ୍ଦ୍ର ଦାସ,ସନ୍ତୋଷ ଜେନା,ବାବୁଲି ଜେନା, ଧନେଶ୍ୱର ବେହେରା, ଚନ୍ଦନ ଥଟୋଇ, ଜନାର୍ଦନ ସାମଲ ସମେତ ଅନେକ କର୍ମୀ ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ।

ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରାୟ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଶତାଧିକ ବିଜେଡି କର୍ମୀଙ୍କୁ ଭାରତୀୟ ଜନତା ପାର୍ଟିରେ ସାମିଲ କରାଇଲେ।
ଏହି ଅବସରରେ ପଞ୍ଚାୟତ ସଭାପତି ବିଭୂତି ଭୂଷଣ ପଣ୍ଡା, ସମିତି ସଭ୍ୟାଙ୍କ ପ୍ରତିନିଧି ପ୍ରମୋଦ ପଣ୍ଡା,, ରମେଶ ସାମଲ,ଶୁଭ୍ରାଂଶୁ ମହାପାତ୍ର, ଶସଧର ବେହୁରିଆ,ସତ୍ୟଜିତ ସାମଲ , ଚିତ୍ତରଞ୍ଜନ ସାମଲ, ନୀଳମଣି ମଲ୍ଲିକ, ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *