ଭୁବନେଶ୍ବର: ଯୁକ୍ତ ଦୁଇ ସ୍ପଟ୍ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ସୋମବାର ଅର୍ଥାତ ଅଗଷ୍ଟ ୧୨ ତାରିଖରେ ସ୍ପଟ୍ ନାମଲେଖା ପାଇଁ ଛାତ୍ରଛାତ୍ରୀ ଆବେଦେନ କରିପାରିବେ। ଏହି ଆବେଦନର ଶେଷ ତାରିଖ ଅଗଷ୍ଟ ୧୪ ଯାଏ ରହିଛି। ସ୍ପଟ୍ ନାମଲେଖାର ପ୍ରଥମ ମେଧା ତାଲିକା ୨୦ ଅଗଷ୍ଟରେ ପ୍ରକାଶ ପାଇବ। ସେମାନେଙ୍କ ନାମଲେଖା ୨୨ରୁ ୨୮ ତାରିଖ ମଧ୍ୟରେ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

