ରାଜ୍ୟର ସବୁ ବ୍ଲକରେ ହେବ ଗ୍ରାମ୍ୟ ନ୍ୟାୟାଳୟ। ଏବେ ପର୍ଯ୍ୟନ୍ତ ୬ଟି ଗ୍ରାମ୍ୟ ନ୍ୟାୟାଳୟ ଆରମ୍ଭ ହୋଇସାରିଥିବା ବେଳେ ଅବଶିଷ୍ଟ ଗ୍ରାମରେ ବହୁତ୍ ଶୀଘ୍ର ହେବ ବୋଲି ଗୁରୁବାର ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ନ୍ୟାୟ ସଂହିତା ଉପରେ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
ଆଇନ ମନ୍ତ୍ରୀ କହିଛନ୍ତି ଘରେ ଘରେ ନ୍ଯାୟର ବାସ୍ତବ ରୂପ ଦେବା ପାଇଁ ଓଡ଼ିଶାର ସମସ୍ତ ବ୍ଲକରେ ଗ୍ରାମ୍ୟ ନ୍ୟାୟାଳୟ ପ୍ରକ୍ରିୟା ଆରମ୍ଭ ହେବ । ନୂଆ ଆଇନ ବିଏନଏସ ଏବଂ ବିଏନଏସଏସ ସମ୍ପର୍କରେ ଜନସାଧାରଣ ଅବଗତ ନାହାନ୍ତି। ଏହି ନୂଆ ଆଇନ ବିଷୟରେ ସଚେତନତା ସୃଷ୍ଟି କରାଯିବ। ଲୋକଙ୍କ କିପରି ତ୍ଵରିତ ନ୍ୟାୟ ମିଳିବ ସେ ଦିଗରେ ପଦକ୍ଷେପ ନିଆଯିବ। ଲୋକଙ୍କୁ ନ୍ୟୟ ଦେବା ପାଇଁ ଲୋକଙ୍କ ଘର ପାଖରେ ନ୍ୟାୟାଳୟ ପହଞ୍ଚିବ । ସବୁ ବ୍ଲକରେ ନ୍ୟାୟାଳୟ ଖୋଲିଲେ ମାମଲା ସଂଖ୍ୟା କମିବ ଓ ଆଇନ ବ୍ୟବସ୍ଥା ଉପରେ ଚାପ କମିବ । ଯାହା ଦ୍ୱାରା ସାଧାରଣ ଲୋକ ସଙ୍ଗେସଙ୍ଗେ ନ୍ୟାୟ ପାଇପାରିବେ ।