Oplus_131072
ଭୁବନେଶ୍ବର: ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ସିଏମ କିଷାନ ଯୋଜନା । ବିଧାନସଭାରେ ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ । ବର୍ଷକୁ ଦୁଇଟି କିସ୍ତିରେ ମିଳିବ ଦୁଇ ହଜାର ଲେଖାଏଁ ଚାରି ହଜାର ଟଙ୍କା । ଭୂମିହୀନ ଚାଷୀଙ୍କୁ ତିନୋଟି କିସ୍ତିରେ ୧୨୫୦୦ ଟଙ୍କା ଯୋଗାଇ ଦେବେ ରାଜ୍ୟ ସରକାର।  ନୂଆ ଭାବେ ସାମିଲ ହେବା ଲାଗି ଚାଷୀ ମାନେ ନୂଆ ସିଏମ କିଷାନ ପୋର୍ଟାଲରେ ଆବେଦନ କରି ପାରିବେ।  ସେହିପରି ଯୋଗ୍ୟତା ଥାଇ ବି ପିଏମ କିଷାନ ଯୋଜନାରୁ ବାଦ ପଡ଼ିଥିବା ଚାଷୀଙ୍କୁ ସାମିଲ କରିବା ପାଇଁ ବିଭାଗ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରୁଥିବା କହିଛନ୍ତି ମନ୍ତ୍ରୀ । ବିଧାନସଭାରେ ବିଜେପି ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ କୃଷି ମନ୍ତ୍ରୀ କେ.ଭି ସିଂ ଦେଓ ଲିଖିତ ଉତ୍ତର ଦେଇଛନ୍ତି।

Leave a Reply

Your email address will not be published. Required fields are marked *