ରାଜ୍ୟରେ ରହୁଥିବା ବାଂଲାଦେଶୀମାନେ ହେବେ ଚିହ୍ନଟ । ନିଜ ଦେଶ ଛାଡ଼ି ଜଳପଥରେ ବେଆଇନ୍ ଭାବେ ଓଡ଼ିଶାରେ ପ୍ରବେଶ କରିବା ସହ ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ସବୁଠି ସବୁଦିନିଆ ବାସିନ୍ଦା ହୋଇ ବସତି ସ୍ଥାପନ କରିଥିବା ବାଂଲାଦେଶୀମାନଙ୍କୁ ଚିହ୍ନଟ କରାଯିବ। ଯଦି କେହି ବିନା ଡକ୍ୟୁମେଣ୍ଟରେ ରହୁଥାନ୍ତି ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
ଏହା ସହ ବାଂଲାଦେଶରେ ଅସ୍ଥିରତା ପରେ ମେରାଇନ ପୋଲିସ ଏବଂ କୋଷ୍ଟଗାର୍ଡଙ୍କୁ ଜଗିବା ଲାଗି କଡା ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ।

