କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ସଂସଦ ଭିତରକୁ କାନ୍ଧରେ ପାଲେଷ୍ଟାଇନ ଲେଖାଥିବା ଏକ ବ୍ୟାଗ ନେଇ ପହଞ୍ଚିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ୱାୟାନାଡ଼ ଲୋକସଭା ଆସନରୁ ସାଂସଦ ଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଣିଥିବା ବ୍ୟାଗରେ ପାଲେଷ୍ଟାଇନ ଲେଖା ଥିବା ସହ ପାଲେଷ୍ଟାଇନର ପ୍ରତୀକ ମଧ୍ୟ୍ୟ ଦେଖିବାକୁ ମିଳିଥିଲା।
ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ନେହେରୁଙ୍କ ଠାରୁ ଆରମ୍ଭ କରି ପ୍ରିୟଙ୍କାଙ୍କ ପର୍ଯ୍ୟନ୍ତ ସମ୍ପୂର୍ଣ ଗାନ୍ଧୀ ପରିବାର ସର୍ବଦା ତୁଷ୍ଟିକରଣ ର ରାଜନୀତି କରିଆସିଛି। ନିର୍ବାଚନରେ ସେମାନଙ୍କ ପରାଜୟର କାରଣ ମଧ୍ୟ ଏହିପରି ତୁଷ୍ଟିକରଣ ବ୍ୟାଗ।
ପ୍ରିୟଙ୍କା ସର୍ବଦା ଗାଜା ଉପରେ ଇସ୍ରାଏଲ ର ଆକ୍ରମଣକୁ ବିରୋଧ କରିଆସୁଛନ୍ତି। ଏଭଳିକି ଇସ୍ରାଏଲର ଆକ୍ରମଣକୁ ବର୍ବରତା ଏବଂ ଅମାନବୀୟ ବୋଲି ଉଲ୍ଲେଖ କରିଆସିଛନ୍ତି।ନିଜ ମନ୍ତବ୍ୟରେ ବିଜେପି ମୁଖପାତ୍ର କହିଛନ୍ତି ନିଜ କାନ୍ଧରେ ଗାନ୍ଧୀ ପରିବାର କେବେ ହେଲେ ଦେଶଭକ୍ତିର ଭାର ଉଠାଇ ନାହାନ୍ତି।