ଦଶରଥପୁର: ୨୯/୧୦- ଦଶରଥପୁର ବ୍ଲକ ମଲ୍ଲିକାପୁର ପଞ୍ଚାୟତରେ ଭାରତୀୟ ଜନତା ପାର୍ଟି ତରଫରୁ ସଦସ୍ୟତା ଅଭିଯାନ -୨୦୨୪ ବରିଷ୍ଠ ନେତା ସୁବାସ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି।
ଏହି ସଭାରେ ମୁଖ୍ୟ ଅତିଥି ଭାବେ ସାଂସଦ ରବିନ୍ଦ୍ର ନାରାୟଣ ବେହେରା, ସମ୍ମାନୀତ ଅତିଥି ଭାବେ ଯାଜପୁର ନିର୍ବାଚନ ମଣ୍ଡଳୀର ସଦସ୍ୟତା ଅଭିଯାନର ପ୍ରଭାରୀ ତଥା ଭଣ୍ଡାରୀପୋଖରୀର ବରିଷ୍ଠ ବିଜେପି ନେତା ବଦ୍ରୀ ନାରାୟଣ ଧଳ, ଜିଲ୍ଲା ବିଜେପି ସଭାପତି ତଥା ଯାଜପୁର ର ବିଧାୟକ ପ୍ରାର୍ଥୀ ଗୈାତମ ରାୟ ଯୋଗ ଦେଇଥିଲେ।
ବିଶ୍ଵର ସର୍ବ ବୃହତ୍ ରାଜନୈତିକ ଦଳରେ ସାମିଲ କରି ଗୈାରବାନ୍ଵିତ ହେବାକୁ ଆହ୍ଵାନ ଦେବା ସହ କିପରି ଆମ ଦେଶ ବିଶ୍ଵରେ କେବଳ ଅର୍ଥନିତୀରେ ନୁହେଁ ମିଲିଟାରୀରେ ବି ବିଶ୍ବରେ ତୃତୀୟ ସ୍ଥାନ ଅଧିକାର କଲାଣି ଏଥି ପାଇଁ ବିଜେପି ସରକାର ଦାୟୀ ବୋଲି କହିଥିଲେ।
ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ଧଳ କିପରି ଅଧିକରୁ ଅଧିକ ଅଫ ଲାଇନ ଓ ଅନ୍ ଲାଇନରେ ସଭ୍ୟ ସଂଗ୍ରହ କରାଯାଇ ପାରିବ କର୍ମୀ ମାନଙ୍କୁ ବୁଝାଇଥିଲେ।
ଅନ୍ୟତମ ଅତିଥି ଶ୍ରୀଯୁକ୍ତ ଗୈାତମ ରାୟ ସବୁ କ୍ଷେତ୍ରର ସବୁ ବର୍ଗର ଲୋକଙ୍କୁ ସଙ୍ଗଠନ ସହ ଯୋଡ଼ି ହେବେ ବିଜେପିର ନିତି ଆର୍ଦଶ ସହିତ ନିଜକୁ ସାମିଲ କରିବେ କାର୍ଯ୍ୟକର୍ତ୍ତା ଘରକୁ ଘର ଯାଇ ପ୍ରୟାସ କରିବାକୁ ନିବେଦନ ରଖିଥିଲେ। ସଦସ୍ୟତାରେ ସଙ୍ଗଠନର ଆତ୍ମା ରହିଛି ଓ ସଙ୍ଗଠନ ହିଁ ଶକ୍ତି ବୋଲି କାର୍ଯ୍ୟକର୍ତ୍ତା ଙ୍କୁ କହିଥିଲେ ଶ୍ରୀଯୁକ୍ତ ରାୟ।
ଶେଷରେ ଶ୍ରୀଯୁକ୍ତ ଅଶୋକ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟର ଇନ୍ଦ୍ରଜିତ ଦାସ,ହିମାଦ୍ରୀ ଭୂଷଣ କୂଅଁର, ସବ୍ୟସାଚୀ ଦାସ,ଗଗନ ସୂତାର, ରମେଶ ଚନ୍ଦ୍ର ପାତ୍ର, ରତିକାନ୍ତ ମହାନ୍ତି, ବୈଷ୍ଣବ ଚରଣ ମଲ୍ଲିକ, ଫକିର ଚରଣ ସାହୁ,ଉଦୟ ନାଥ ଯେନା, ସଞ୍ଜୟ ଧଳ ଆଦି ଯୋଗ ଦେଇଥିଲେ।
