
ସୂଚନା ଯୋଗ୍ୟ, ଗତକାଲି ସକାଳେ ସହହେବ ନାୟକ ନିଜ ଝିଅକୁ ସ୍କୁଲରେ ଛାଡ଼ି ଫେରିବା ବେଳେ ରସୁଲଗଡ଼-ବାଣୀବିହାର ରାସ୍ତାରେ ଥିବା ଓଭର ବ୍ରିଜରେ ତାଙ୍କୁ ଆକ୍ରମଣ କରି ତାଙ୍କ ମୁଣ୍ଡ କାଟି ଫେରାର ହୋଇଯାଇଥିଲେ କିଛି ବ୍ୟକ୍ତି । ଏହା ପରେ ବ୍ରାଉନସୁଗାର କାରବାରକୁ ନେଇ ସହଦେବଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ ସହଦେବଙ୍କ ସ୍ତ୍ରୀ । ଏହାପରେ କମିଶନରେଟ୍ ପୋଲିସ ତୁରନ୍ତ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ପୋଲିସ ଟିମ୍ ଖୋର୍ଦ୍ଧା ଏବଂ ନୟାଗଡ଼ ଅଭିମୁଖେ ବାହାରି ଥିଲା ।
ଏହାପରେ କମିଶନରେଟ୍ ପୋଲିସକୁ ବଡ଼ ସଫଳତା ମିଳିଥିଲା । ହତ୍ୟା କାଣ୍ଡକୁ ୧୨ ଘଣ୍ଟା ନ ପୁରୁଣୁ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି, ଯିଏ କି ଏ ସମ୍ପୂର୍ଣ୍ଣ ଘଟଣାରେ ମାଷ୍ଟରମାଇଣ୍ଡ ବୋଲି କୁହାଯାଇଛି । ନୟାଗଡ଼ ଶରଣକୂଳ ଅଞ୍ଚଳରୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ । ସେମାନେ ହେଲେ ଲିପିକା ନାୟକ, ରକି ନାୟକ ଓ ଲକ୍ଷ୍ମୀଧର ନାୟକ । ବ୍ରାଉନ ସୁଗାର ବ୍ୟବସାୟକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି
