ପୁଣି ଟ୍ରେନ୍ ଲାଇନଚ୍ୟୁତ। ଟ୍ରାକରୁ ଖସିଲା ହାୱଡା-ମୁମ୍ବାଇ ଏକ୍ସପ୍ରେସ। ଓଡ଼ିଶା ସୀମାନ୍ତ ଛତିଶଗଡ଼ର ରାଜଖରସୁଆଁରେ ଲାଇନଚ୍ୟୁତ ହୋଇଛି ଟ୍ରେନ୍। ଚକ୍ରଧରପୁର ଡିଭିଜନରରାଜଖରସୁଆଁ ଓବାରବାମ୍ବୋ ମଝିରେ ଏହି ଦୁର୍ଘଟଣା ଘଟିଛି।
ଏଥିରେ ୬ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ରେଲୱେ ମେଡିକାଲ୍ ଟିମ୍ଆହତ ଯାତ୍ରୀଙ୍କୁ ଚିକିତ୍ସା କରିଛନ୍ତି। ଘଟଣାସ୍ଥଳରେ ଚକ୍ରଧରପୁର ଡିଭିଜନ୍ ADRM ଓ ବରିଷ୍ଠ ରେଳୱେ ଅଧିକାରୀ ପହଞ୍ଚିଛନ୍ତି। ଏହି ଟ୍ରେନ୍ ଓଡ଼ିଶା ଦେଇ ଯାତାୟତ କରୁଥିବାରୁ ଏଥିରେ ବହୁ ଓଡ଼ିଆ ଥିବା ଅନୁମାନ କରାଯାଉଛି।