୧୦୦ରୁ ଉର୍ଦ୍ଧ ପାକିସ୍ତାନୀ ସେନାଙ୍କୁ ହତ୍ୟା କରିଥିବା ବିଏଲଏ ଦାବି କରିଛି । ଗତକାଲି ପାକିସ୍ତାନରେ ଜାଫର ଏକ୍ସପ୍ରେସକୁ ଅପହରଣ କରି ନେଇଥିବା ବେଲୁଚିସ୍ତାନ ମୁକ୍ତି ବାହିନୀ (ବିଏଲଏ) ଗଣମାଧ୍ୟମ ଜରିଆରେ ଆଜି ପ୍ରେସ୍ ରିଲିଜ୍ ଜାରି କରିଛି ।
ସେହିଭଳି ଘଣ୍ଟାକ ମଧ୍ୟରେ ୫୦ ପାକିସ୍ତାନୀ ସେନାଙ୍କୁ ହତ୍ୟା କରିଛି ଏବଂ ଆହୁରି ୧୫୦ ଜଣଙ୍କୁ ପଣବନ୍ଦୀ କରି ରଖିଥିବା ସୂଚନା ଦେଇଛି ବେଲୁଚିସ୍ତାନ ମୁକ୍ତି ବାହିନୀ ।
ପାକିସ୍ତାନୀ ସେନା ପୁଣି ଆକ୍ରମଣ କଲେ ସମସ୍ତ ପଣବନ୍ଦୀଙ୍କୁ ହତ୍ୟା କରିବ ବୋଲି ବିଏଲଏ ପ୍ରେସ୍ ରିଲିଜ୍ ଜାରି କରି ଧମକ ଦେଇଛି ।