
ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ଗିରଫ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି ହିସାର କୋର୍ଟ ।
ମେ ୧୬ ତାରିଖରେ ପାକିସ୍ତାନକୁ ସମ୍ବେଦନଶୀଳ ସୂଚନା ଦେବା ଅଭିଯୋଗରେ ହିସାରର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ପୋଲିସ ଗିରଫ କରିଥିଲା ।
ରିମାଣ୍ଡ ସମୟରେ, ପୋଲିସ ତାଙ୍କୁ ଉତ୍ତର ଭାରତରେ ପାକିସ୍ତାନ ସହ ଜଡ଼ିତ ଗୁପ୍ତଚର ନେଟୱାର୍କ ସକ୍ରିୟ ହେବାର ସନ୍ଦେହରେ ପୁଙ୍ଖାନୁପୁଙ୍ଖ ପଚରାଉଚରା କରିଥିଲା ।
