
ସେମାନେ ହେଲେ ବିଜେପିର ସରୋଜ ସାବତଙ୍କୁ ଗଞ୍ଜାମ ଜିଲ୍ଲା ସଭାପତିଭାବେ ଦାୟିତ୍ୱ ମିଳିଥିବା ବେଳେ ବଲାଙ୍ଗୀର ଦାୟିତ୍ୱ ଶ୍ରୀବତ୍ସ ବେହେରାଙ୍କ ଦିଆଯାଇଛି । ସୁନ୍ଦରଗଡ଼ ଜିଲ୍ଲାର ଦାୟିତ୍ୱ ଗ୍ରହଣ କରିଛନ୍ତି ଗିରୀଶ ସାହୁ । ସେହିପରି ଢେଙ୍କାନାଳର ରାସବିହାରୀ ବେହେରା, କେନ୍ଦ୍ରାପଡ଼ାର ଶଶାଙ୍କ ଶେଖର ସେଠୀ ଓ ବାଲେଶ୍ୱରର ଈଶ୍ୱର ଚନ୍ଦ୍ର ବେହେରାଙ୍କୁ ସଭାପତି ଭାବେ ଚୟନ କରିଛି ଦଳ । ସୁକାନ୍ତ ଚନ୍ଦ୍ର ବିଶ୍ୱାଳ କଟକ ନଗର ସଭାପତି ହୋଇଥିବାବେଳେ ପୁରୀର ଦେବେନ୍ଦ୍ର ତରାଇ, କଳାହାଣ୍ଡିର ଯୁଗଳ ପୋଢ଼ଙ୍କୁ ସଭାପତି ଦାୟିତ୍ୱ ମିଳିଛି । ସେହିପରି ମୟୁରଭଞ୍ଜ (ପଶ୍ଚିମ) ରେ ଜୁରିଲାଲ ମହନ୍ତ, ଦେବଗଡ଼ରେ ଅରୁଣ କୁମାର ସାହୁ, ବରଗଡ଼ର ଡ. ଅରୁପାନନ୍ଦ ସାହୁ, ଘୁମୁସର (ଭଞ୍ଜନଗର) ରେ ନୀଳମାଧବ ପାତ୍ର, ଆସିକାରେ ବିଜୟ ସ୍ଵାଇଁ , ନବରଙ୍ଗପୁରରେ କୁଞ୍ଜବିହାରି ଦାସ, ଜଗତସିଂହପୁରରେ ପ୍ରତାପ ମିଶ୍ର, ବୌଦ୍ଧରେ ପ୍ରେମାନନ୍ଦ ମିଶ୍ର, ମୟୂରଭଞ୍ଜରେ ପୂର୍ବ ନିହାର ମୋଦୀ, କଟକ ଗ୍ରାମୀଣରେ ରାମ ନାରାୟଣ ମହାନ୍ତି, କେନ୍ଦୁଝରରେ ସୁକଦେବ ମହନ୍ତ, ଜଗତସିଂପୁରରେ ପ୍ରତାପ ମିଶ୍ର, ମାଲକାନଗିରିରେ ଅଶୋକ ପରିଡାଙ୍କୁ ଦିଆଯାଇଛି ସଭାପତି ଦାୟିତ୍ୱ ।
