Oplus_131072

ବାଂଲାଦେଶ ଦଙ୍ଗାର ପ୍ରଭାବ ପଶ୍ଚିମବଙ୍ଗ ସହ ଓଡ଼ିଶାରେ ଦେଖିବାକୁ ମିଳିଛି। ପ୍ରଭାବିତ ହୋଇଛନ୍ତି ୩୦୦ ଓଡ଼ିଆ। ସମସ୍ତେ ଆକ୍ରମଣର ଶିକାର ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଯୋଗୁଁ ଘରକୁ ଫେରିବାରେ ସକ୍ଷମ ହୋଇଛନ୍ତି। କିଛିଦିନ ହେଲା ବାଂଲାଦେଶରେ ଦଙ୍ଗା ଲାଗିରହିଛି। ସେଠାରେ ହିନ୍ଦୁମାନେ ବର୍ବରତାର ଶିକାର ହେଉଛନ୍ତି। ହିନ୍ଦୁ ମନ୍ଦିର ଭଙ୍ଗାରୁଜା ଓ ପୋଡ଼ାଜଳା କରାଯାଉଛି। ଏତିକିବେଳେ ଓଡ଼ିଶାରେ ବେଆଇନ ଭାବେ ରହି ବିଭିନ୍ନ ବ୍ୟବସାୟ କରୁଥିବା ବାଂଲାଦେଶୀମାନେ ବିରୋଧର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ବାଲାଂଦେଶ ଦଙ୍ଗାର ପ୍ରଭାବ ଓଡ଼ିଆଙ୍କ ଉପରେ ବି ପଡ଼ିଛି। ଆଜି ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରାୟ ୩୦୦ ଜଣ ରୋଗୀ ଓ ସେମାନଙ୍କ ସଂପର୍କୀୟ ପଶ୍ଚିମବଙ୍ଗ ମେଦିନୀପୁର ଜିଲ୍ଲା କେଶପୁର ଥାନା ଅଧୀନ ଖଡ଼ିକା ଗ୍ରାମର ଜଣେ କବିରାଜଙ୍କ ନିକଟକୁ ଚିକିତ୍ସା ପାଇଁ ଯାଇଥିଲେ। ତେବେ ଫେରିବା ବେଳେ ସ୍ଥାନୀୟ ଶତାଧିକ ବାଂଲାଦେଶୀ ଅନୁପ୍ରବେଶକାରୀ ଓଡ଼ିଶା ଗାଡ଼ିଗୁଡ଼ିକୁ ଅଟକାଇବା ସହ ଭଙ୍ଗାରୁଜା କରିଥିଲେ। ଏମିତି କି ଓଡ଼ିଆ ରୋଗୀ ଓ ସେମାନଙ୍କ ସଂପର୍କୀୟମାନଙ୍କୁ ଆକ୍ରମଣର ସମ୍ମୁଖୀନ ହେବାକୁ ପଡ଼ିଥିଲା।

Leave a Reply

Your email address will not be published. Required fields are marked *