Oplus_131072

ଟେଲିଗ୍ରାମର ସିଇଓ ପାଭେଲ ଡୁରୋଭଙ୍କୁ ଫ୍ରାନ୍ସରେ ଗିରଫ କରାଯାଇଛି। ତାଙ୍କୁ ଫ୍ରାନ୍ସର ରାଜଧାନୀ ପ୍ୟାରିସର ବୋର୍ଜେଟ୍ ବିମାନବନ୍ଦରରୁ ପୋଲିସ ଧରିଥିଲା। ପୋଲିସ ତାଙ୍କୁ ଗିରଫ କଲାବେଳେ ଆଜେରବାଇଜାନର ବାକୁ ବିମାନ ବନ୍ଦରରେ ସେ ତାଙ୍କ ବ୍ୟକ୍ତିଗତ ଜେଟରେ ଅବତରଣ କରିଥିଲେ। ଏକ ମାମଲାରେ ତାଙ୍କୁ ରବିବାର କୋର୍ଟରେ ହାଜର କରାଯିବ।

ଟେଲିଗ୍ରାମ ଏ ବାବଦରେ କୌଣସି ପ୍ରତିକ୍ରିୟା ଦେଇନାହିଁ। କିନ୍ତୁ ଏହି ଘଟଣାକୁ ନିଶ୍ଚିତ କରି ଫ୍ରାନ୍ସ ପୁଲିସ୍ ଅଧିକାରୀ କହିଛନ୍ତି ଯେ ତାଙ୍କୁ ଗିରଫ କରାଯାଇ ପୁଲିସ୍ ଷ୍ଟେସନକୁ ନିଆଯାଇଛି। ଏହି ଗିରଫ ଦ୍ୱାରା ରୁଷିଆର ବ୍ଲଗର୍ସମାନେ କ୍ରୋଧ ପ୍ରକାଶ କରିଛନ୍ତି। ରବିବାର ଅପରାହ୍ନରେ ସେମାନେ ଫ୍ରାନ୍ସର ଦୂତାବାସ ବାହାରେ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛି।

ଠକେଇ, ଡ୍ରଗ୍ସ ଚୋରା ଚାଲାଣ, ସାଇବର ଅପରାଧ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଏଜେନ୍ସି ଡୁରୋଭଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲା। ଏଜେନ୍ସି କହିଛି ଯେ ଡୁରୋଭ ଏହାର ସୋସିଆଲ୍ ନେଟୱାର୍କିଂ ପ୍ଲାଟଫର୍ମ ଟେଲିଗ୍ରାମର ଅପରାଧିକ ବ୍ୟବହାରକୁ ରୋକିବାରେ ବିଫଳ ହୋଇଛି। ସେଥିପାଇଁ ତାଙ୍କୁ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *