ଭୁବନେଶ୍ୱର : ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ମଧ୍ୟ କାବା । ସୁକତେଲ୍‌ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନିଲ ରାଉତଙ୍କର ବିପୁଳ ସମ୍ପତ୍ତି ଠାବ ହୋଇଛି । ଭୁବନେଶ୍ୱରରେ ୨ଟି ବହୁତଳ କୋଠା, ପୁରୀରେ ୨ଟି ଫ୍ଲାଟ ଠାବ କରାଯାଇଥିବା ବେଳେ ଭୁବନେଶ୍ୱର, ପୁରୀ, ଢେଙ୍କାନାଳରେ ୩୪ଟି ପ୍ଲଟ୍‌ ଠାବ କରିଛି ଭିଜିଲାନ୍ସ । ୨ଟି ଟ୍ରକ୍‌, ୨ଟି ଚାରିଚକିଆ ଯାନ, ୪ ବାଇକ୍‌ ଚଢାଉ ବେଳେ ଠାବ କରାଯାଇଛି । ଏହାସହ ୧୭୬ ଗ୍ରାମ ସୁନା, ୨ଲକ୍ଷ ୩୪ ହଜାର ଟଙ୍କା ଏଯାବତ୍‌ ମିଳିଥିବା ନେଇ ସୂଚନା ମିଳିଛି । ଚଢାଉ ସହ ଘଟଣାର ତଦନ୍ତ ଜାରି ରହିଛି।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ସୁନିଲ କୁମାର ରାଉତଙ୍କ ଘରେ ଭିଜିଲାନ୍ସ ଟିମ୍‌ ଚଢାଉ କରିଥିଲା। ଏକକାଳୀନ ଭୁବନେଶ୍ୱର, ପୁରୀ, ଅନୁଗୁଳ, କଟକ, ବଲାଙ୍ଗିର ସମେତ ୯ଟି ସ୍ଥାନରେ ଚଢାଉ କରିଥିଲା।

Leave a Reply

Your email address will not be published. Required fields are marked *