ଭୁବନେଶ୍ବର : ଗୋବରରୁ ପ୍ରସ୍ତୁତ ଗୋ କାଷ୍ଠରେ ହେବ ଶବଦାହ। ସରକାର ଏ ନେଇ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଖୁବ ଶୀଘ୍ର ବିଚାର ବିମର୍ଶ କରି ପଦକ୍ଷେପ ନେବେ ସରକାର। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।
ମନ୍ତ୍ରୀ କହିଛନ୍ତି ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଗୋବରକୁ ଶବ ଦାହରେ ବ୍ୟବହାର କରାଯାଏ । ହିନ୍ଦୁ ଧାର୍ମିକ ପ୍ରଥାରେ ଏହା ‘ମୋକ୍ଷ’ ପ୍ରାପ୍ତିରେ ମଧ୍ୟ ସହାୟକ ହୋଇପାରେ। ଏଥି ସହିତ ଗୋବର ଘଷି କାଠ ତୁଳନାରେ ପରିବେଶ ଉପରେ କମ୍ ପ୍ରଭାବ ପକାଇବ ବୋଲି ମନ୍ତ୍ରୀ କହିଛନ୍ତି।