ଯାଜପୁର: ଯାଜପୁର ଜିଲ୍ଲାରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ–୨୦୨୬ ମହାସମାରୋହରେ ପାଳିତ ହୋଇଛି। ଏହି ଅବସରରେ ରକ୍ତଦାନ ଶିବିର ଆୟୋଜକ, ପ୍ରେରଣାଦାତା ଓ ସ୍ୱେଚ୍ଛାକୃତ ରକ୍ତଦାତାମାନଙ୍କୁ ସମ୍ମାନିତ କରାଯାଇଥିଲା।
ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଉପସ୍ଥିତିରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାର CDMOଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
ରକ୍ତଦାନ ମାଧ୍ୟମରେ ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇ ହେବା ସହ ସମାଜରେ ସ୍ୱେଚ୍ଛାକୃତ ରକ୍ତଦାନ ପ୍ରତି ସଚେତନତା ବୃଦ୍ଧି ନେଇ କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଥିଲା।
ବିଶେଷ ଭାବେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ପାଇଁ ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ୍ତ କୁମାର ପଣ୍ଡାଙ୍କୁ ରକ୍ତଦାନ ଶିବିର ଆୟୋଜନ ଓ ଲୋକଙ୍କୁ ରକ୍ତଦାନ ପାଇଁ ପ୍ରେରିତ କରିବା ନିମନ୍ତେ ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା।
ସ୍ୱେଚ୍ଛାକୃତ ରକ୍ତଦାନର ମହତ୍ତ୍ୱକୁ ଜନସାଧାରଣଙ୍କ ମଧ୍ୟରେ ଆହୁରି ବ୍ୟାପକ କରିବା ସହ ଅଧିକରୁ ଅଧିକ ଲୋକ ରକ୍ତଦାନ ପାଇଁ ଆଗେଇ ଆସିବାକୁ ଏହି ଅବସରରେ ଆହ୍ୱାନ ଦିଆଯାଇଥିଲା।
