ଆସନ୍ତା ଜାନୁଆରୀ ୮ ତାରିଖରୁ ଭୁବନେଶ୍ୱର ଜନତା ମୈଦାନ ଠାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ହେବ । ଜାନୁଆରୀ ୮ ତାରିଖରୁ ୧୦ ତାରିଖ ଯାଏଁ ଚାଲିବ ଏହି କାର୍ଯ୍ୟକ୍ରମ ।
ପ୍ରବାସୀ ଭାରତୀୟ ସମ୍ମିଳନୀ ଉଦ୍ଯାପନୀ ଦିବସରେ ଯୋଗଦେବେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଏ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ପ୍ରଧାନମନ୍ତ୍ରୀ ଓ ସ୍ଵରାଷ୍ଟ୍ର ମନ୍ତ୍ରୀ ଆସିବା ନେଇ ମଧ୍ୟ କାର୍ଯ୍ୟସୂଚୀ ରହିଛି । ୧୪୦ଟି ଦେଶରୁ ୫୦୦୦ ରୁ ଉର୍ଦ୍ଧ ପ୍ରବାସୀ ଭାରତୀୟ ଆସିବା ନେଇ ସୂଚନା ଦେଇଛନ୍ତି କୃଷ୍ଣଚନ୍ଦ୍ର ମହାପାତ୍ର ।